ବ୍ୟୁରୋ : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଛାତ୍ରୀଛାତ୍ରଙ୍କୁ ପୁଷ୍ଟକର ଖାଦ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା କରିଥିବା ବେଳେ, ପ୍ରଶାସନିକ ଅବହେଳା ପାଇଁ ସରକାରଙ୍କ ଯୋଜନା ସଠିକ ଭାବେ ରୂପାୟନ ହୋଇପାରୁନଥିବା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ। ଆଜି ଜଟଣୀ ପୌର ପରିଷଦ ଅଧିନ କୁଦିଆରୀ  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ମାନେ ଏକ ବିରାଟ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖାଇବା ଛୁଟି ସମୟରେ ବିଦ୍ୟାଳୟର  ଛାତ୍ରୀଛାତ୍ର ମାନଙ୍କୁ ଠିକା ସଂସ୍ଥା ଦ୍ୱାରା ଆସିଥିବା ମଧ୍ୟହ୍ନ ଭୋଜନ ଖାଇବା ପାଇଁ ଦିଆଯାଇଥିଲା। ଏହି ସମୟରେ ଜଣେ ପିଲା, ପ୍ରଦାନ କରାଯାଇଥିବା ଖାଦ୍ୟରେ ବିଛା ପଡ଼ିଥିବା ଦେଖିବାକୁ ପାଇଥିଲେ।

ସେ ସଙ୍ଗେ ସଙ୍ଗେ ବିଦ୍ୟାଳୟ କତୃପକ୍ଷଙ୍କୁ ଜଣାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଖାଦ୍ୟରେ ବିଛା ପଡିଥିବା ଦେଖିବା ପରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟହ୍ନ ଭୋଜନ ଖାଇବା ପାଇଁ ମନା କରିଥିଲେ। ଏହା ସହ ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଜଟଣୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କ ସହ ଫୋନ ଦ୍ୱାରା ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ଅଧିକାରିଣୀ ଫୋନ ଗ୍ରହଣ କରିନଥିଲେ।

Leave a Reply

Your email address will not be published. Required fields are marked *