Advertisement

ବ୍ୟୁରୋ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ, ଜଟଣୀ

ପଞ୍ଚାୟତ ସମିତି ପରିସରରେ ଅତିଥି ଓ କର୍ମଚାରୀ ମାନେ ସମସ୍ତେ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀମତୀ ରଶ୍ମିତା ନାଥ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଞ୍ଚାଯତ ସମିତି ଅଧକ୍ଷ୍ୟା ଜୟନ୍ତୀ ଛୋଟରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସାହିତ୍ୟିକ ତଥା ଆଦର୍ଶ ଶିକ୍ଷକ ପଣ୍ଡିତ ରମାକାନ୍ତ ମିଶ୍ର, ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ , ଜବାହାରଲାଲ ସୁବୁଦ୍ଧି, ଡଃ. ଶଶୀ ରଥ, ବିପିନ ବିହାରୀ ମହାନ୍ତି ଓ ଗୁରୁ ଜଗବନ୍ଧୁ ରାଉତ,ଶିକ୍ଷ୍ୟୟତ୍ରୀ ରଶ୍ମିତା ନାୟକଙ୍କୁ ଓଡିଆ ଭାଷାର ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରଯାଇଥିଲା। ଆରାଧନା ସାଂସ୍କୃତିକ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା। ଆମ ଭାଷା ଓ ସାହିତ୍ୟକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ସମସ୍ତ ଅତିଥିମାନେ ଓଡ଼ିଆ ଭାଷା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ନରହରି ପାତ୍ର, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଇତିଶ୍ରୀ ସାମଲଙ୍କ ସମେତ ପଞ୍ଚାଯତ ସମିତିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *