Advertisement

ବ୍ୟୁରୋ: ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଆଜି ଜଟଣୀ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଜଟଣୀ ନଗର ସଭାପତି ଲିଟୁ ରାଉତରାୟଙ୍କ ନେତୃତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସତିଶ ଶର୍ମା, ପରେଶ ପଟ୍ଟନାୟକ, ରଙ୍କନିଧି ମୁଦୁଲି, ଯୋଗେନ୍ଦ୍ର ବେହେରା, ପ୍ରଶାନ୍ତ ବେହେରା,, ବିବେକ ପଟ୍ଟନାୟକ, କାହ୍ନୁ ଚରଣ ବାରିକ, କୁର୍ମା ରାଓ, ରୋଜିନା ରାଣୀ ଦାସ ପ୍ରମୁଖ ଯୋଗଦେଇଥିଲେ।

ସେହିପରି ସକାଳ ସମୟରେ ବିଜେପି ଜଟଣୀ ସଭାପତି ତିରୁପତି ଶତପଥୀଙ୍କ ନେତୃତ୍ୱରେ ଜଟଣୀ ପୌର ପରିଷଦ ଅଧିନ ରଘୁନାଥ ନଗର ଓ ବଛାରା ପାଟଣା ଅଞ୍ଚଳରେ, ଛୋଟ ଛୋଟ ପିଲାମାନଙ୍କୁ ଜଟଣୀ ବିଜେପି କର୍ମକର୍ତ୍ତା ମାନେ ଖାତା , ପେନ୍ ,ବିସ୍କ୍ୟୁଟ, ଚକୋଲେଟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ପ୍ରଧାନ, ନାରାୟଣ ମହାନ୍ତି, ବିଜେପି ଜିଲ୍ଲା ମିଡିଆ ସେଲ୍ ସଂଯୋଜକ ପ୍ରଦୀପ ଜେନା, ପ୍ରଶାନ୍ତ ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *