Advertisement

ବ୍ୟୁରୋ: ଜଟଣୀ କିପରି ଆହୁରି ଆଗକୁ ବଢିବ, ଜଟଣୀର ବିଭିନ୍ନ ସମସ୍ୟାର କିପରି ସମାଧାନ ହେବ, ଜଟଣୀ ବାସୀଙ୍କୁ ଯେପରି ସମସ୍ତ ସରକାରୀ ଯୋଜନା ମିଳିବ, ସେଥିପାଇଁ ଜଟଣୀ ବିକାଶ ପରିଷଦ ସବୁବେଳେ କାର୍ଯ୍ୟ କରୁଥିବାରୁ, ରାଜ୍ୟସଭା ସଦସ୍ୟ ମୁନା ଖାଁ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରତିବର୍ଷ ଭଳି ଜଟଣୀ ବିକାଶ ପରିଷଦର ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ବିଜୟ ଛୋଟରାୟଙ୍କ ନେତୃତ୍ୱରେ , ଜଟଣୀ ଖଣ୍ଡୁଆଳ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସୁଦର୍ଶନ ସୁନ୍ଦରାୟ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଉପାଧ୍ୟକ୍ଷା, ଆରତୀ ରାଉତ, ବିଜୟ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ସୁଶାନ୍ତ ରାଉତ, ଯୁବ ନେତା ଵିଘ୍ନେଶ ବଳବନ୍ତରାୟ, ଆଇନଜୀବୀ ଅମରେଶ ରାଉତରାୟ

ପଞ୍ଚାନନ ମହାପାତ୍ର, ବୁଲୁ ମହାନ୍ତି, ସନ୍ତୋଷ କୁମାର ହୋତା, ଅରୁଣ କୁମାର ମହାନ୍ତି, ଅମରେଶ ନାୟକ, ଆଦିତ୍ୟ କୁମାର, ସୁଧୀର କୁମାର, ଶଶାଙ୍କ ଶେଖର ରାୟ, ବିଷ୍ଣୁ ପ୍ରସାଦ ଡେଙ୍ଗ, ଭାଲୁ ସାମନ୍ତରାୟ, ଗୁନ ପରିଡା, ମାନସ ଦଳେଇ, ମନୋଜ ସ୍ୱାଇଁ, ଅନିଲ ସାମନ୍ତରାୟ ପ୍ରମୁଖ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *