ବ୍ୟୁରୋ : ମହାନ ସାଧନତା ସଂଗ୍ରାମୀ, ଜନନେତା, ବରିଷ୍ଠ ସାମ୍ବାଦିକ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୭ତମ ଜୟନ୍ତୀ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ।ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନର ସଭାପତି ଆଇନଜୀବୀ ତଥା ବରିଷ୍ଠ ସାମ୍ବାଦିକ ଅବନୀ କୁମାର ରାଉତରାୟଙ୍କ ପୌରହିତ୍ୟରେ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭ୍ୟମାନେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସ୍ବର୍ଗତ ରଥଙ୍କ ଜୀଵନୀ ବିଷୟରେ ଆଲୋଚନା କରିଥିଲେ। ସ୍ବର୍ଗତ ରଥ ବନ୍ୟା, ବାତ୍ୟା, ମରୁଡି, ଘରପୋଡି ହେଲେ ସେ ସାଙ୍ଗେସାଙ୍ଗେ ରିଲିଫ ଧରି ଲୋକଙ୍କ ପାଖରେ ପହଁନ୍ତି ଯାଇଥାନ୍ତି, ସେ ସର୍ବଦା ଲୋକମାନଙ୍କ ପାଇଁ ସଂଗ୍ରାମ କରନ୍ତି ବୋଲି ବକ୍ତା ମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଜବାହରଲାଲ , ସମାଜସେବୀ ହବିବୁର ରହେମାନ, ରବିନ୍ଦ୍ର ପ୍ରସାଦ ମିଶ୍ର, ଆଦିନାରାୟଣ ଖଣ୍ଡୁଆଳ, ବାସୁଦେବ ସେଠୀ, କିଶୋର ପାଇକରାୟ, ପ୍ରସନ୍ନ ମହାରଥୀ, ବଉରିବନ୍ଧୁ ପ୍ରଧାନ, ଛାତ୍ରୀ ଅକ୍ସିତା ରାଉତରାୟ, ଆଇନଜୀବୀ ଆଶୁତୋଷ ରାୟ, ଅମରେଶ ରାଉତରାୟ, ଏମ୍.ଡି. ପରଭେଜ୍ ହାଇଦର ପ୍ରମୁଖ ଯୋଗଦେଇ ସ୍ବର୍ଗତ ରଥଙ୍କ ଜୀଵନୀ ଉପରେ  ଆୟୋଜିତ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ଯୁବ ସମାଜସେବୀ ରାଜେନ୍ଦ୍ର ପଟ୍ଟନାୟକ  ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *