ବ୍ୟୁରୋ: ରାସ୍ତା ଉପରେ ବସି, ବଞ୍ଚିବା ଆଶାରେ ଯୁବକ ଜଣଙ୍କ ମାଗୁଛନ୍ତି ସମସ୍ତିଙ୍କୁ ସାହାଯ୍ୟ, ହେଲେ କେହି ସାହାଯ୍ୟର ହାତ ବଢ଼ାଉ ନାହାନ୍ତି ଯୁବକଙ୍କୁ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି, ରାଜ୍ୟ ରାଜଧାନୀ ନିକଟ ଜଟଣୀ ସହରରେ। ଜଟଣୀ ପୋୖର ପରିଷଦ ଅଧିନ ହାଟବଜାର ଛକ ନିକଟରେ, ଆଜି ଜଣେ ମାନସିକ ବିକାରଗ୍ରସ୍ତ ଅସୁସ୍ଥ ଯୁବକ ଅସହାୟ ଅବସ୍ଥାରେ ସକାଳ ସମୟରୁ ରାତି ପର୍ଯ୍ୟନ୍ତ ପଡିରହିଥିଲେ।

ସ୍ଥାନୀୟ ଜନସାଧାରଣ ଯୁବକଙ୍କୁ ଖାଇବା ପାଇଁ ବିସ୍କୁଟ ଓ ପାଣି ଦେଇଥିଲେ। ସେହି ରାସ୍ତା ଦେଇ ବିଭିନ୍ନ ସରକାରୀ ବାବୁଙ୍କ ସହ ଜନପ୍ରତିନିଧି ମାନେ ଯାଇଥିଲେ ମଧ୍ୟ, କେହି ଅସହାୟ ଯୁବକଙ୍କୁ ଉଦ୍ଧାର କରିନଥିଲେ। ଯୁବକଙ୍କ ଆଖିର ଲୁହ ଯେପରି ଥିଲା ସମସ୍ତିଙ୍କ ପାଇଁ ଅଲୋଡ଼ା।

ସୋସିଆଲ ମିଡିଆରେ ଏହି ଘଟଣାର ଫୋଟୋ ଆଉ ଭିଡିଓ ଭାଇରାଲ ହେବା ପରେ, ଜଟଣୀ ପୋଲିସ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜଟଣୀ ଗୋଷ୍ଠୀ କେନ୍ଦ୍ର ରେ ଭର୍ତ୍ତି କରିଛି।  ବର୍ତ୍ତମାନ ସୁଦ୍ଧା ଉକ୍ତ ଯୁବକଙ୍କ ପରିଚୟ ମିଳିନାହିଁ।

Leave a Reply

Your email address will not be published. Required fields are marked *