Advertisement

ବ୍ୟୁରୋ: ଜଟଣୀ ଉତ୍ତରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ, ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଅବସରରେ, ତାଲୁକା ଆଇନ୍ ସେବା କମିଟି ଜଟଣୀ ପକ୍ଷରୁ, ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କମିଟିର ଅଧ୍ୟକ୍ଷା ହିତାଶ୍ରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ସଚେତନତା କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ। ମାନସିକ ବିକାରଗ୍ରସ୍ତ ଲୋକମାନଙ୍କ ପାଇଁ କଣ ସବୁ ଆଇନ ରହିଛି ଓ  କିପରି ସେମାନଙ୍କୁ ମାଗଣାରେ ଆଇନ ସେବା ପ୍ରଦାନ କରାଯାଇପାରିବ, ସେ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଟଣୀ ଲୟାର୍ସ ଆସୋସିଏସନର ଉପସଭାପତି ସୁଶୀଲ ମହାନ୍ତି, ସମ୍ପାଦକ ଅରୁଣ ସାହୁ, ଶିଵ ପ୍ରସାଦ ରଥ, ଅରୁଣ କୁମାର ଦାଶ, ଅକ୍ଷୟ କୁମାର ସାହୁ, ଆଶୁତୋଷ ରାୟ, ଆଶିଷ ମହାପାତ୍ର, ପ୍ରଭୁରାମ ପାତ୍ର, ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *