ବ୍ୟୁରୋ:  ଜଟଣୀ ନାଇଜର କ୍ୟାମ୍ପସରେ ଆଜି ଓଡ଼ିଶାର  ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହୋମି ଭାବା କ୍ୟାନସର ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଲୋକମାନଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା ସହ ଉଚ୍ଚ ମାନର ଚିକିତ୍ସା ସେବା । ୨୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ୨୦୨୫ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଭିତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ହସ୍ପିଟାଲ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାପରେ, ଓଡିଶାର ଲୋକମାନେ ଆଉ କ୍ୟାନସର ଚିକିତ୍ସା ପାଇଁ ମୁମ୍ବାଇ କିମ୍ବା ଅନ୍ୟ ବଡ଼ ସହରକୁ ଯିବାକୁ ପଡ଼ିବ ନାହିଁ । ଏଠାରେ କମ୍ ଖର୍ଚ୍ଚରେ ଉଚ୍ଚ ମାନର ଚିକିତ୍ସା ସୁବିଧା ପାଇପାରିବେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। 

Leave a Reply

Your email address will not be published. Required fields are marked *