ବ୍ୟୁରୋ : ଖାଦ୍ୟକୁ ସୁସ୍ଵାଦ କରିବା ପାଇଁ ଖାଦ୍ୟ ଜିନିଷ ହେଉଥିଲା ଅପମିଶ୍ରଣ। ଖାଦ୍ୟକୁ ଆକର୍ଷଣ କରିବା ପାଇଁ ମିଶୁଥିଲା ରଙ୍ଗ। ଏଭଳି କିଛି ଅଭିଯୋଗ ପାଇ ଆଜି ଜଟଣୀର ୮ଟି ଦୋକାନରେ ଚଢ଼ାଉ କରିଛି  ଫୁଡ଼୍ ସେଫ୍ଟି ବିଭାଗ।

ଆଗକୁ ଗଣେଷ ପୂଜା ଆସୁଥିବାରୁ , ଲୋକମାନେ  ଖାଦ୍ୟ ଖାଇବା ପାଇଁ ହୋଟେଲ ଆଉ ରେଷ୍ଟୁରାଣ୍ଟ ଉପରେ କରିବେ ନିର୍ଭର। ଏହାର ଫାଇଦା ନେବେ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ। ସେଥିପାଇଁ ଆଜି ଖୋର୍ଦ୍ଧା ଫୁଡ଼୍ ସେଫ୍ଟି ବିଭାଗର ଟିମ୍ ଜଟଣୀର ୮ଟି ସ୍ଥାନରେ କରିଛି ଚଢ଼ାଉ। ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନକୁ ଯାଇ ଫୁଡ଼୍ ସେଫ୍ଟି ଟିମ୍ କରିଥିଲେ ଯାଞ୍ଚ। ସେଠାରେ ଖାଦ୍ୟ ପଦାର୍ଥରେ ଅପମିଶ୍ରଣ ହେଉଥିବା ପାଇଥିଲେ ପ୍ରମାଣ । ବାସି ଖାଦ୍ୟକୁ ଟିମ୍ ପକ୍ଷରୁ କରାଯାଇଛି ନଷ୍ଟ ।ଖାଦ୍ୟରେ ଅପମିଶ୍ରଣ ସହ ରଙ୍ଗ ବ୍ୟବହାର ନକରିବା ପାଇଁ ଟିମ୍ ତାଗିଦ କରିବା ସହ ସେମାନଙ୍କ ଠାରୁ ଏଗାର ହଜାର ଟଙ୍କା ଫାଇନ ଆଦାୟ କରିଛି।

ଏହି ଚଢ଼ାଉରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ନିବେଦିତା ଭଟ୍ଟ, ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ଓ ଜଟଣୀ ପୌରପାଳିକାର ଏକ ଟିମ୍ ସାମିଲ ଥିଲେ। ଦୁଇ ଦିନ ପରେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା। ଏହି ସମୟରେ ହୋଟେଲ, ରେଷ୍ଟୁରାଣ୍ଟ ସହ  ଅନେକଅସ୍ଥାୟୀ ଖାଦ୍ୟ ଦୋକାନ ଖୋଲିଥାଏ। ସେହି ସମୟରେ ଖାଦ୍ୟପେୟରେ ଅପମିଶ୍ରଣ ହେଉଥିବାର ଆଗରୁ ନଜିର ରହିଛି। ତେଣୁ ଜଟଣୀ ଜନସାଧାରଣ ଦାବୀ କରିଛନ୍ତି, ଗଣେଷ ପୂଜା ସମୟରେ ପ୍ରତିଦିନ  ଫୁଡ଼ ସେଫ୍ଟି ବିଭାଗ ତରଫରୁ ଚଢ଼ାଉ କରିବାପାଇଁ।

Leave a Reply

Your email address will not be published. Required fields are marked *