Advertisement

ବ୍ୟୁରୋ: ଜଟଣୀ ହରିଭାଇନା ଛକ ନିକଟ ମହାପାତ୍ର ଫିଲିଙ୍ଗ୍ ଷ୍ଟେସନରେ , ଆଜି ସନ୍ଧ୍ୟାରେ ଇଣ୍ଡିଆନ୍ ଅଏଲର 64ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗାଡ଼ିରେ ତେଲ ପକେଇବାକୁ ଆସିଥିବା ମହିଳା ଗ୍ରାହକମାନଙ୍କୁ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ମହିଳାମାନେ ନିମନ୍ତ୍ରଣ ଗ୍ରହଣ କରି ଅତିଥିଭାବେ ଯୋଗଦେଇ 64ତମ ପ୍ରତିଷ୍ଠା ଦିବସର କେକ୍ କାଟିଥିଲେ।କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୁବ ବ୍ୟବସାୟୀ ଦୁର୍ଗା ମାଧବ ବଳିଆରସିଂ ଯୋଗଦେଇଥିଲେ। ଫିଲିଙ୍ଗ୍ ଷ୍ଟେସନ ପକ୍ଷରୁ ସୌମେନ୍ଦ୍ର କୁମାର ମହାପାତ୍ର ଉପସ୍ଥିତ ଥିବା ଗ୍ରହକ ମାନଙ୍କୁ ଇଣ୍ଡିଆନ୍ ଅଏଲର କାର୍ଯ୍ୟଧାର ଓ ଗୁଣବତ୍ତା ଉପରେ ବୁଝାଇଥିଲେ। ସମସ୍ତ ଗ୍ରାହକ ମାନଙ୍କୁ କେକ୍ ସହ ମିଠା ପ୍ୟାକେଟ ବଣ୍ଟନ କରାଯାଇଥିଲା। ନିଳେନ୍ଦ୍ର ମହାପାତ୍ର ନିମନ୍ତ୍ରିତ ଅତିଥି ଓ ଗ୍ରହକ ମାନଙ୍କୁ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସତ୍ୟ ମହାପାତ୍ରଙ୍କ ସହ ମହାପାତ୍ର ଫିଲିଙ୍ଗ୍ ଷ୍ଟେସନର କର୍ମଚାରୀମାନେ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *