ବ୍ୟୁରୋ: ପାଣ୍ଡଵ ଜେନା ଫାଉଣ୍ଡେସନ ପକ୍ଷରୁ ଆଜି, ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଜଟଣୀ ଉପରଵସ୍ତ ଗ୍ରାମର ଶ୍ରୀ ଶ୍ରୀ କେଦାରଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଏହି ଉତ୍ସବ ପାଳିତ ହୋଇଥିଲା। ଏହି ଉତ୍ସବରେ ପଦନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ ସଭାପତିତ୍ୱ କରିଥିଲେ। ପାଣ୍ଡଵ ଜେନା ଫାଉଣ୍ଡେସନର ଅଧକ୍ଷ ତଥା ସମାଜସେବୀ ଡ଼. ସନ୍ତୋଷ ଜେନା ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ବିନତି ଜେନା ଅତିଥି ଭାବେ ଯୋଗ ଦେଇଥିଲେ।ସନ୍ତୋଷ ଜେନା ନିଜ ବକ୍ତବ୍ୟରେ କହିଥିଲେ ବରିଷ୍ଠ ନାଗରିକ ମାନେ ହେଉଛନ୍ତି  ଆମର ପଥ ପଦର୍ଶକ। ଆମ୍ଭେ ମାନେ ବରିଷ୍ଠ ମାନଙ୍କ ଠାରୁ ବିଭିନ୍ନ ବିଷୟରେ ଉପଦେଶ ନେଇ କାର୍ଯ୍ୟ କଲେ ନିଶ୍ଚିତ ସମାଜର ଉର୍ଣ୍ଣତି ହୋଇପାରିବ । ଜଟଣୀ ବ୍ଲକ ଓ ପୋୖର ପରିଷଦର ପ୍ରାୟ ୧୩୨ଜଣ ବରିଷ୍ଠ ନାଗରିକଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ନାଗରିକ ସୀତାକାନ୍ତ ଶତପଥି ଧନ୍ୟବାଦ ଦେଇଥିବା ବେଳେ ପ୍ରହଲ୍ଲାଦ ସାହୁ, ହାଡିବନ୍ଧୁ ମାହାନା, ବିଷ୍ଣୁ ମହାପାତ୍ର, ସୁବାସ ଚନ୍ଦ୍ର ବାରିକ, କେଦାର ବାରିକ, ମଙ୍ଗୁଳି ବାରିକ, ପ୍ରକାଶ ମାଝି, ସୁବାସ ବାରିକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ଦାସ, ବାବୁ ମହାପାତ୍ର, ମିଟୁ ମହାପାତ୍ର ବଲବୀର ମାଝି, ବାଗ ସାମନ୍ତରାୟ, ମଙ୍ଗୁ ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *