Advertisement

ବ୍ୟୁରୋ: ଜଟଣୀ ଥାନା ଅଧିନ କୁସୁମାଟି ଅଞ୍ଚଳର ୧୭ବର୍ଷୀୟ ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ପୋଲିସ ଦ୍ୱାରା ଗିରଫ ହୋଇଛି ଅଭିଯୁକ୍ତ।  ଅଭିଯୁକ୍ତ ଜଣଙ୍କ ହେଲେ ହରିରାଜପୁର ଅଞ୍ଚଳର ଜୀବନ ବିଶ୍ବାଳ ଓରଫ କାହ୍ନା (୨୦)।  ଏହି ଘଟଣାରେ ଅଭିଯୁକ୍ତକୁ ସହଯୋଗ କରିଥିବା, ଅନ୍ୟ ସହଯୋଗୀ ମାନେ ଏବେବି ଫେରାର ରହିଛନ୍ତି। ଖୁବଶୀଘ୍ର ସେମାନଙ୍କୁ ଧରିଯିବ ବୋଲି କହିଛନ୍ତି ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂ। ସୁଚନା ମୁତାବକ ଗତ ଫେବୃଆରୀ ୨୦ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ପୀଡ଼ିତାକୁ ଅପହରଣ କରି ବଳପୂର୍ବକ ଦୁଷ୍କର୍ମ କରିଥିଲା। ପରେ ପିପିଲି ସ୍ଥିତ ଏକ ମନ୍ଦିରରେ ବିବାହ କରିଥିଲା। ପରେ ପୀଡ଼ିତାଙ୍କ ପିତା ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଟଣୀ ପୋଲିସ ଘଟଣାର ତଦନ୍ତ କରି ଜୁନ୍ ୮ତାରିଖରେ ହରିରାଜପୁର ଅଞ୍ଚଳରୁ ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରିଥିଲା। ହେଲେ ଅଭିଯୁକ୍ତ ଜଣଙ୍କ  ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଆଜି ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ଜଟଣୀ ପୋଲିସ।  ଜଟଣୀ ଥାନା କେସ ନମ୍ବର ୬୫/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ।

Advertisement

Leave a Reply

Your email address will not be published. Required fields are marked *