ଜଟଣୀ: ଜଟଣୀ ତହସିଲ ଅଧିନ ବଡ଼ତୋଟା ମୌଜା ସରକାରୀ ଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିବା,  ଦୁଇଟି ଦୋକାନ ଘରକୁ ଉଛେଦ କରିଛି ଜଟଣୀ ତହସିଲ । ବଡ଼ତୋଟା ଗ୍ରାମରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ନିକଟରେ ବେଆଇନ ଭାବେ, ସରକାରୀ ଜମିକୁ ଜବର ଦଖଲ କରି ନିର୍ମାଣ ହୋଇଥିଲା ଦୋକାନ ଘର। ଫଳରେ ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ଜଟଣୀ ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ପରେ, ଆଜି ଜଟଣୀ ତହସିଲ ପକ୍ଷରୁ, ଉକ୍ତ ଦୁଇଟି ଦୋକାନ ଘରକୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ସମୟରେ ଜଟଣୀ ତହସିଲଦାର ରୁମାନା ଜାଫ୍ରି, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲିକ , ସୁପରଭାଇଜର ମନ୍ଦାକିନି ଅରିସଲ, ଜଟଣୀ ରାଜସ୍ୱ ନିରୀକ୍ଷକ ସ୍ନେହାସିସ୍ ସେଠୀ, ଜଟଣୀ ପୋଲିସ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *