ଖୋର୍ଦ୍ଧା, ୨୬/୧୧: ଖୋର୍ଦ୍ଧା ଜିଲ୍ଲା ଆଥେଲେଟିକ ଷ୍ଟାଡିୟମ୍ ରେ ସିଗମା ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି। ତିନି ଦିନ ଧରି ଆୟୋଜନ ହେବାକୁ ଥିବା ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଯୋଗ ଦେଇଥିବା ବେଳେ, ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତା ଏବଂ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ।

ବିଦ୍ୟାଳୟର ଚେୟାରମ୍ୟାନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଅତିଥି ମାନେ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରି ନିଶା ମୁକ୍ତ ସମାଜ ଗଠନ ରେ ଛାତ୍ର ଛାତ୍ରୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଯୋଗ ବ୍ୟାୟାମ କଲେ ଶରୀର ସୁସ୍ଥ ରହିବ ସହ ସବୁଥିରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପାରିବ ବୋଲି ଏସପି ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ଶିକ୍ଷକ ବିରଞ୍ଚି ନାରାୟଣ ପଣ୍ଡା ଏବଂ ରଶ୍ମି ରଞ୍ଜନ ବାରିକ, ଦୀପ୍ତି ରଞ୍ଜନ ରଣାଙ୍କ ନେତୃତ୍ୱରେ ସ୍ଥାନୀୟ ମଙ୍ଗଳା ମନ୍ଦିରରୁ କ୍ରୀଡ଼ାବିତ୍ ମାନେ ମସାଲ ଧରି ସହର ପରିକ୍ରମା କରି ଉତ୍ସବ ସ୍ଥଳରେ ଆଦର୍ଶ ଥାନା ଅଧିକାରୀ ଶ୍ରୀ ଦେବତା ଙ୍କୁ ଅର୍ପଣ କରିଥିଲେ। ଶ୍ରୀ ଦେବତା ମସାଲ ଗ୍ରହଣ କରିବା ସହ ଫ୍ଲାଗ ଉତ୍ତୋଳନ କରି କ୍ରୀଡା ଉତ୍ସବ କୁ ଉଦ୍ଘାଟନ କରିଥିଲେ।

ପ୍ରଥମ ଦିନରେ ସ୍କୁଲ ଅଧ୍ୟକ୍ଷା ମମତାଞ୍ଜଳୀ ପଟ୍ଟନାୟକଙ୍କ ନେତୃତ୍ୱରେ ୧୦୦ମିଟର୍ ଦୌଡ଼, ୫୦ମିଟର୍ ଦୌଡ, ମିଉଜିକ ଚେୟାର, କ୍ରିକେଟ ବଲ ଥ୍ରୋ, ଲମ୍ବ ଡିଆଂ, , ସ୍କିପିଙ୍ଗ , ଛୁଞ୍ଚି ସୂତା ଦୌଡ, , ଅଖା ଦୌଡ, ସର୍ଟ ଫୁଟ ଥ୍ରୋ ଇତ୍ୟାଦି ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ତିନୋଟି ସ୍ଥାନରେ ଅତିଥି ମାନଙ୍କ ଠାରୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ପଦକ ସହିତ ପ୍ରମାଣ ପତ୍ର ହାସଲ କରିଥିଲେ।

କ୍ରୀଡ଼ା ଶିକ୍ଷକ ବସନ୍ତ କୁମାର ଖୁଣ୍ଟିଆ , ଉପାଧ୍ୟକ୍ଷ ତୁଷାର ରଂଜନ ମହାନ୍ତି, ଲିମନ ବଡ଼ଜେନା, ସୁମିତା ତ୍ରିପାଠୀ, ରଚିତା ସ୍ୱାଇଁ, ସନ୍ଧ୍ୟାରାଣୀ ବିଶ୍ୱାଳ, ବର୍ଣାଳୀ ମାଜୀ, ରଶ୍ମି ରଞ୍ଜନ ବାରିକ ପ୍ରମୁଖ ବାର୍ଷିକ କ୍ରୀଡା ଉତ୍ସବକୁ ପରିଚାଳନା କରିଥିଲେ।





