Advertisement

ଜଟଣୀ, ୨୪/୧୧: ପବିତ୍ର ବଡ଼ ଓଷା ଉପଲକ୍ଷେ ଜଟଣୀ ଦେଉଳବସ୍ତ ସ୍ଥିତ ଶ୍ରୀଶ୍ରୀ ବାବା ଗତିଶ୍ୱର ଦେଵଙ୍କ ମନ୍ଦିର ପ୍ରାଙ୍ଗଣରେ, ଶୁଭସନ୍ଧ୍ୟା ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ୩୩ତମ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଜଟଣୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଉଦଘାଟନ କରିଥିଲେ। କଣ୍ଠଶିଳ୍ପୀ ଗୋବିନ୍ଦ କୁମାର, ଟି. ଭିଜନ, କୁମାର ଜାନୁ, ବର୍ଷା ଦାସ, ପ୍ରିୟଙ୍କା ପତି ଓ ସା.ରେ.ଗା. ମା.ପା. ଭଜନ ସନ୍ଧ୍ୟା ପରିବାର କଟକର କଳାକାର ମାନେ ଭଜନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାଧାଶ୍ୟାମ ମହାପାତ୍ର, ପ୍ରଫୁଲ୍ଲ ବାହିନୀପତି, ନରହରି ସ୍ୱାଇଁ, ପ୍ରଶାନ୍ତ ରାୟ, ଅଶୋକ ରାଉତରାୟ, ସୁବାସ ସାହୁ, ଆନନ୍ଦ ହାତି, ପ୍ରମୋଦ ପ୍ରଧାନ, ବୀରକିଶୋର ସାମନ୍ତରାୟ, ସର୍ବେଶ୍ୱର ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *