Advertisement

ଜଟଣୀ, ୧୫/୯ : ଜଟଣୀ ବାର ଆସୋସିଏସନର ଅଷ୍ଟମ ପ୍ରତିଷ୍ଠା ଦିବସ କୋର୍ଟ ପରିସରରେ ପାଳିତ ହୋଇଯାଇଅଛି । ଜଟଣୀ ବାର ଆସୋସିଏସନର ସଭାପତି ଜ୍ଞାନେନ୍ଦ୍ର କୁମାର ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅଧିବକ୍ତା ଉମେଶ ମିଶ୍ର ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ସଂଘ ର ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ l ସଂଘର ଉପସଭାପତି ପ୍ରଦୀପ କୁମାର ସୁବୁଦ୍ଧି କୋର୍ଟ ର ସଫଳତା ବିଷୟରେ କହିଥିଲେ। ଶେଷରେ ସହ ସମ୍ପାଦକ ମିହିର କୁମର କୋଠାରି ଧନ୍ୟବାଦ ଦେଇଥିଲେ।

Advertisement

Leave a Reply

Your email address will not be published. Required fields are marked *