Advertisement

ଜଟଣୀ, ୧/୧: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ସୋସାଇଟ ଫର୍ ଚିଲ୍ଡରେନ ସୋଚ୍ ଅନୁଷ୍ଠାନର ତ୍ରୟୋଦଶ ବାର୍ଷିକ ମହୋତ୍ସବ ବୁଧବାର ରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନ ର ମୁଖ୍ୟ ମନୋଜ କୁମାର ସ୍ବାଇଁଙ୍କ ସଭାପତିତ୍ୱ ରେ ଉତ୍ସବ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅତିଥି ଭାବେ ଡକ୍ତର ଅରୁଣ କୁମାର ରଥ ( ଅବସରପ୍ରାପ୍ତ ଆଇଏଏସ୍), ପ୍ରଫୁଲ୍ଲ କୁମାର ସାହୁ (ଫାଉଣ୍ଡର ଚେୟାରମାନ ସିୱାଇଏସଡି), ନମିତା ପଟ୍ଟନାୟକ (ଅବସରପ୍ରାପ୍ତ ପ୍ରାଧ୍ୟାପକ), ସନ୍ଦୀପ ଦାସବର୍ମା (ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଓଡିଶା ସରକାର, ପ୍ରଥମ ବର୍ଷ ପୁରାତନ ଛାତ୍ର, ଏନ ଆଇ ଟି ଏବଂ ସମାଜ ସେଵୀ) ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା ଅତିଥିମାନେ ଉନ୍ମୋଚନ କରିଥିଲେ। ପ୍ରୋଗ୍ରାମ ମ୍ୟାନେଜର ଅଙ୍ଗୁରବାଳା ମେହେର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ର କୁନି କୁନି ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।  ବିଭିନ୍ନ ପ୍ରକାର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ସଭ୍ୟ ରୋଜାଲିନ ବେହେରା ଓ ପ୍ରତବି ଜେନା ସଭା ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *