Advertisement

ଜଟଣୀ: ଜଟଣୀ ବିକାଶ ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ଛକ ଠାରୁ ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ, ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଆତ୍ମାର ଶାନ୍ତି ପାଇଁ, ଶତାଧିକ ସଭ୍ୟ ମହମବତୀ ଧରି ଶୋଭାଯାତ୍ରାରେ ଯାଇଥିଲେ।

ତାସହ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତି ମାନଙ୍କ  ପାଇଁ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ଶୋଭାଯାତ୍ରାରେ ବିଜୟ ଛୋଟରାୟ, ସୁଦର୍ଶନ ସୁନ୍ଦରାୟ, ରାଜେନ୍ଦ୍ର ପଟ୍ଟନାୟକ, ସୁଶାନ୍ତ ରାଉତ, ମନୋଜ ସ୍ୱାଇଁ, ବିଜୟ କୁମାର ପଣ୍ଡା, ଶଶାଙ୍କ ଶେଖର ରାୟ, ପ୍ରବୀର ମହାନ୍ତି, ଅମରେଶ ନାୟକ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ।

Advertisement

Leave a Reply

Your email address will not be published. Required fields are marked *