Advertisement

ଜଟଣୀ,୬/୯: ଜଟଣୀ ଗଣେଶ ଉତ୍ସବର ୧୧ତମ  ଦିବସରେ ସ୍ଥାନୀୟ ଗୋପବନ୍ଧୁ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଭୁ ଗଜାନନଙ୍କ ୬୦କିଲୋ ଓଜନର ପୂଜା ଲଡୁ ନିଲାମ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜଟଣୀର ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ, ଜଟଣୀ ବିକାଶ ପରିଷଦ ସଭାପତି ବିଜୟ କୁମାର ଛୋଟରାୟ, କୈଳାସ ଚନ୍ଦ୍ର ମହାପାତ୍ର, ତ୍ରିଲୋଚନ ପ୍ରଧାନ, ବିଷ୍ଣୁ ସାହୁ ଯୋଗ ଦେଇଥିଲେ। ଯୁବ ସଙ୍ଗଠକ ସୁଶାନ୍ତ ରାଉତ ଓ ଗାୟକ ବାବୁ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

ଗୋପବନ୍ଧୁ ବ୍ୟବସାୟୀ ସଂଘ ସଭାପତି ସୁରେନ୍ଦ୍ର ସାହୁ ଲଡୁର ପ୍ରଥମ ନିଲାମ ମୂଲ୍ୟ ୧୦୦ ଟଙ୍କା ଡାକ କରିଥିଲେ। ପରେ ଅତିଥି ସଂଗ୍ରାମ କେଶରୀ ରାଉତରାୟ ଲଡୁର ମୂଲ୍ୟ ୫୦୦୦ ଡାକ କରିଥିଲେ। ପରେ ଉପସ୍ଥିତ ଜନତା ନିଲାମ ଡାକରେ ଭାଗ ନେଇଥିଲେ।  ଶେଷରେ ଜଟଣୀର ରିବେଲ ଗ୍ରୁପ ୭୫୦୦୦ ଟଙ୍କାରେ ଲଡୁର ନିଲାମ ଡାକ ଡାକି ବିଜେତା ହୋଇଥିଲେ।

Advertisement

Leave a Reply

Your email address will not be published. Required fields are marked *