Advertisement

ଜଟଣୀ,୨୭/୮: ପବିତ୍ର ଗଣେଶ ଚତୁର୍ଥୀରେ ଜଟଣୀର ବିଭିନ୍ନ ସ୍କୁଲ କଲେଜ, ସରକାରୀ ଏବଂ ବେସରକାରୀ  ଶିକ୍ଷାନୁଷ୍ଠାନରେ ବିଘ୍ନ ବିନାଶକଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନେ ସକାଳୁ ନୂଆ ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିଥିଲେ । ରୀତି ନୀତି ଅନୁଯାୟୀ ଶିକ୍ଷାନୁଷ୍ଠାନରେ ବିଘ୍ନରାଜଙ୍କୁ ମନ୍ତ୍ର ପାଠରେ ଆବାହନ କରାଯାଇଥିଲା। ପୂଜା ସରିବା ପରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଆଶା ପ୍ଲେ ସ୍କୁଲ, ଜଟଣୀ ପ୍ରାଣନାଥ ହାଇସ୍କୁଲ, ହିନ୍ଦୀ ପ୍ରାଥମିକ ବିଦ୍ୟାଳୟ, ଆଇଆଇଟି, ନାଇଜର, ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ, କାନ୍ତିଆ ମହିଳା କଲେଜ, ଜଟଣୀ ମହାବିଦ୍ୟାଳୟ, ଗୋପବନ୍ଧୁ ସରକାରୀ ବିଦ୍ୟାଳୟ, ସ୍ପେଶାଲ ଆଇଟିଆଇ ସହ ଜଟଣୀର ସମସ୍ତ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ଛୋଟ ଛୋଟ ପିଲାମାନେ ଆଜି ପ୍ରଭୁ ଗଜାନନଙ୍କ ଆଗରେ ଖଡ଼ି ଛୁଇଁ ବିଦ୍ୟାରମ୍ଭ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *