Advertisement

ଜଟଣୀ,୨୧/୦୮: ଚଳିତ ବର୍ଷ ଗଣେଶ ପୂଜା କୁ ଆକର୍ଷଣୀୟ କରିବାକୁ ଚାଲିଛି ଜଟଣୀ ରେ ପ୍ରତିଯୋଗିତା। ବଜାର କମିଟି ଠାରୁ ଆରମ୍ଭ କରି କ୍ଳବ ମାନଙ୍କରେ ମୂର୍ତ୍ତି ଓ ତୋରଣକୁ ୧ ନମ୍ବର କରିବା ପାଇଁ ହେଉଛନ୍ତି ପ୍ରସ୍ତୁତ। ଜଟଣୀ ରେତଙ୍ଗ କଲୋନି ଫ୍ରେଣ୍ଡସ କ୍ଳବ ପ୍ରତି ବର୍ଷ ନୂଆ ନୂଆ ପରିକଳ୍ପନା ନେଇ ତୋରଣ ଓ ଗଣେଶ ମୁର୍ତ୍ତି ପ୍ରସ୍ତୁତ କରିଥାନ୍ତି।  ଚଳିତ ବର୍ଷ ଓଡିଶାର ଐତିହାସିକ କଳିଙ୍ଗର ଗାଥା ତଥା ଚଣ୍ଡାଶୋକ ରୁ ଧର୍ମାଶୋକ ହୋଇଥିବା ଅଶୋକ ଓ  ଗୋତମ ବୁଦ୍ଧଙ୍କ ର କଥା କୁ ନେଇ ପ୍ରସ୍ତୁତ କରୁଛନ୍ତି। ଗୋତମ ବୁଦ୍ଧଙ୍କ ଆକୃତିରେ ବିଶାଳ ୧୫ ଫୁଟ ଉଚ୍ଚତା ର ଗଣେଶ ମୁର୍ତ୍ତି ନିର୍ମାଣ ଚାଲିଛି। ଏଥି ସହ ପୁଜା ଆହୁରି ଆକର୍ଷଣୀୟ କରିବା ପାଇଁ ଏଥର ତିଦ୍ଦତିଆନ ରାଜରାଜୁଡା ସମୟର ଢାଞ୍ଚା ର ଏକ ତୋରଣ ନିର୍ମାଣ ହେଉଛି। ବିଶେଷ କରି ଆଲୋକ ମାଳାର ରଙ୍ଗିନ ଆଲୁଅରେ ଏହି ତୋରଣ ଟି ବହୁ ଦୁରରୁ ଦୃଶ୍ୟ ମାନ ହେବ ସେ ନେଇ ପୁଜା କମିଟି ଧ୍ୟାନ ଦେଇଛି। ଏହା ଛଡା ତା ଛୋଟ ପିଲାଙ୍କ ପାଇଁ ଏକ ବୁଦ୍ଧ ପାର୍କ ନିର୍ମାଣ ହୋଇଛି। ଯେଉଁଠି ଚିତ୍ର ଅଙ୍କନ ପ୍ରତିଯୋଗିତା ମଧ୍ୟ କରାଯିବ। ବିଭିନ୍ନ ଅଞ୍ଚଳର ପିଲାମାନେ ସେଥିରେ ଭାଗ ନେଇ ପାରିବେ। ଭକ୍ତ ମାନଙ୍କ ପାଇଁ ସୁନ୍ଦର ଦର୍ଶନ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଅସାମାଜିକ ଲୋକଙ୍କ ଉପରେ ନଜର ରଖିବା ପାଇଁ  ସିସିଟିଭି ସର୍ଭିଲାନସ ବ୍ୟବସ୍ଥା ସହ ଭଲ୍ୟୁଣ୍ଟର  ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି । ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ସୁବିଧା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି।

Advertisement

Leave a Reply

Your email address will not be published. Required fields are marked *