Advertisement

ଜଟଣୀ,୧୫/୭: ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ ଅସହାୟ ବ୍ୟକ୍ତି ମାନଙ୍କୁ ଛତା ବଣ୍ଟନ କରାଯାଇଛି।

ଜଟଣୀ ଟାଉନ ହଲ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜଟଣୀ ନଗରପାଳ ଅନନ୍ତ ବେହେରା, ଡାକ୍ତର ବିଶ୍ବନାଥ ପାଢ଼ୀ, ଆଇନଜୀବୀ ବିଜୟ ମହାପାତ୍ର ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ପ୍ରତିଷ୍ଠାତା ବାବୁ ହୋତା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଜଟଣୀ ଅଞ୍ଚଳର ୯୨ ଜଣ ଅସହାୟ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଛତା ବଣ୍ଟନ କରାଯାଇଥିଲା।

ଅନୁଷ୍ଠାନର ସଭାପତି ପ୍ରଦୀପ ମହାପାତ୍ର , ଉପ ସଭାପତି ବବୀନ୍ଦ୍ର ଜେନା ଉପଦେଷ୍ଟା ଜ୍ଞାନ ଭୂଷଣ ସାହୁ, ମାନସ ଶତପଥୀ, ନିରଞ୍ଜନ ମହାପାତ୍ର, ସୁଦର୍ଶନ ସାହୁ, ରାଜୀବ ମହାନ୍ତି, ସଞ୍ଜୟ ବିଶୋଇ, ତନୁଜା ଗୁପ୍ତା, ସୌମେନ୍ଦ୍ର ମିଶ୍ରକାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *