Advertisement

ଜଟଣୀ,୨୮/୬: ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାରେ କଳିଙ୍ଗ ଯୁବ ପରିଷଦ ଦ୍ୱାରା ଆୟୋଜିତ ଜଟଣୀ ଗଣେଶ ମହୋତ୍ସବ ପାଇଁ, ପବିତ୍ର ରଥଯାତ୍ରାରେ ଶରତ ପାଇକରାୟ ଷ୍ଟାଡିୟମ ପରିସରରେ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଖୋର୍ଦ୍ଧା ଜିଲା ବିଜେପି ସଭାପତି ବିଶ୍ବ ରଞ୍ଜନ ବଡ଼ଜେନା, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ସାଂସଦ ପ୍ରତିନିଧି ସତିଶ ଶର୍ମା, ଜଟଣୀ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ ଯୋଗ ଦେଇଥିଲେ। ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ରବି ନାରାୟଣ ଦାଶ, ସମ୍ପାଦକ ସମୀର ଜେନା, ବୁଲା ସାହୁ, ରବିନ୍ଦ୍ର ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *