ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ଧଳା ଶିଶୁ ମହାବଳ ବାଘର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ବାଘଟିକୁ ତିନି ମାସ ହୋଇଥିବା ସୂଚନା ମିଳିଛି । ବଂଶ ଗତ ସମସ୍ୟା ରୋଗରେ ପୀଡିତ ହୋଇ ବାଘଟି ଗତ ଦୁଇ ସପ୍ତାହ ହେଲା ଅସୁସ୍ଥ ରହିଥିଲା। ନନ୍ଦନକାନନ ପ୍ରାଣୀଉଦ୍ୟାନ ଶିଶୁ ସେବାକେନ୍ଦ୍ରରେ  ତାର ଚିକିତ୍ସା ହେଉଥିଲା । ଆଜି ସକାଳ ସମୟରେ ତାର ମୃତ୍ୟୁ ଘଟିଛି ।  ସୂଚନା ମୁତାବକ ୨୦୨୪ ମସିହା ନଭେମ୍ବର ମାସରେ ଧଳା ବାଘୁଣୀ ରୁପା ଔରସରୁ, ଜନ୍ମ ନେଇଥିଲେ  ୪ଟି ଛୁଆ । କିଛି ଦିନ ହେବ ସେମାନଙ୍କ ମଧ୍ୟରୁ ଜଣେ ଶାବକଟି ଅସୁସ୍ଥ ହୋଇ ପଡିଥିବାରୁ ପ୍ରାଣୀଉଦ୍ୟାନର ବରିଷ୍ଠ ଡାକ୍ତରଙ୍କ ଦ୍ଵାରା  ତାର ଚିକିତ୍ସା ଚାଲିଥିବା ବେଳେ, ଶିଶୁ ବାଘଟି ର ମୃତ୍ୟୁ ଘଟିଛି । ବର୍ତ୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ହ୍ରାସ ପାଇଛି ବୋଲି କତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *