Advertisement

ବ୍ୟୁରୋ: ଜଟଣୀ ରାମଚନ୍ଦ୍ରପୁରସ୍ଥିତ ଚିନ୍ମୟ ମିଶନ ଶ୍ରୀ ଜଗନ୍ନାଥ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଛି।

ଭୋରୁ ମନ୍ଦିରର ଦ୍ୱାର ଖୋଲିବା ପରେ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଭକ୍ତ ମାନଙ୍କ ଦ୍ୱାରା ଭଜନ ଅନୁଷ୍ଠିତ ହୋଇଥିଲା। ସକାଳ ୧୦ସମୟରେ ଗୀତା ଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣାହୁତି ହୋଇଥିଲା। ପରେ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ। ଜଟଣୀ ଚିନ୍ମୟ ମିଶନର  ମୁଖ୍ୟ ସ୍ୱାମୀ ଇଶାନନ୍ଦ ସରସ୍ୱତୀ ଓ ମିଶନର ସମସ୍ତ ସଭ୍ୟ ମାନଙ୍କ ଦ୍ୱାରା ଏହି ଉତ୍ସବ ପରିଚାଳନା ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *