Advertisement

ବ୍ୟୁରୋ : ବକେୟା ବିଲ ପାଇବା ପାଇଁ ବ୍ଲକ କାର୍ଯ୍ୟାଳୟ ଭିତରେ ଝାଞ୍ଜ, ମୃଦୁଙ୍ଗ ବାଡେଇ ସଂକୀର୍ତ୍ତନ କରି ପ୍ରତିବାଦ କଲେ ଗ୍ରାମବାସୀ । ଏଭଳି ଭିନ୍ନ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ଭିତରେ। ବାଣପୁର ବ୍ଲକ ଅଧିନ ଆୟତପୁର ପଞ୍ଚାୟତର ଗୋପୀନାଥପୁର ଗ୍ରାମର ଚୈତନ୍ୟ ଦେବଙ୍କ ମନ୍ଦିରର ଉନ୍ନ‌ତୀକରଣ କାର୍ଯ୍ୟ ନିମନ୍ତେ ୪ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା ।

ଉନ୍ନତୀକରଣ କାର୍ଯ୍ୟ ସରିବା ପରେ ୨ ଲକ୍ଷ ୬୩ ହଜାର ଟଙ୍କାର ଚେକ୍ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଦାନ କରିବା ସମୟରେ ପିସି ବାବଦକୁ ୩୫ ହଜାର ଟଙ୍କା ନେଇଥିଲେ।  ଅବଶିଷ୍ଟ ଟଙ୍କାର ବିଲ୍ ପାଇଁ ଗ୍ରାମବାସୀ ବାରମ୍ବାର ବ୍ଲକ ଅଫିସ୍ ଆସିଥିଲେ ମଧ୍ୟ ସମସ୍ୟାର ସମାଧନ ହୋଇନଥିଲା। ତେଣୁ ଗ୍ରାମବାସୀ ମାନେ ଝାଞ୍ଜ, ମୃଦୁଙ୍ଗ ବାଡେଇ ସଂକୀର୍ତ୍ତନ କରି ବ୍ଲକ କାର୍ଯ୍ୟାଳୟ ଭିତରେ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ। ବକେୟା ଟଙ୍କାର ଚେକ୍ ଦେବା ପାଇଁ ବିଡ଼ିଓ ଶୀତଲ ଅଗ୍ରୱାଲ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ପ୍ରତିବାଦରୁ ଓହରିଥିଲେ।

Advertisement

Leave a Reply

Your email address will not be published. Required fields are marked *