Advertisement

ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅଧିନ ଧଳାପଥର କଳାପଥର ବାଳିକା ଉଚ୍ଚବିଦ୍ୟାଳୟରେ, ଛାତରୁ ପ୍ଲାଷ୍ଟର୍ ଖସି ୩ ଜଣ ଛାତ୍ରୀଙ୍କ ସହ ଜଣେ ଶିକ୍ଷକ ଆହତ ହୋଇଛନ୍ତି। ସୂଚନା ମୁତାବକ ବିଦ୍ୟାଳୟରେ ପ୍ରାର୍ଥନା ସରିବା ପରେ ଶ୍ରେଣୀ କକ୍ଷରେ ଶିକ୍ଷାଦାନ ଚାଲିଥିବା ସମୟରେ ଏହି ଅଘଟଣ ଘଟିଥିଲା।

ହଠାତ୍ ଛାତରୁ ପ୍ଲାଷ୍ଟର୍ ଖସି ଶ୍ରେଣୀଗୃହରେ ପଡ଼ିଥିଲା। ଏଥିରେ ଛାତ୍ରୀ ଓ ଶିକ୍ଷକ ଆହତ ହୋଇଥିଲେ। ପ୍ଳାଷ୍ଟର ଖସିବା ସହ ପ୍ରବଳ ଶବ୍ଦ ହେବାରୁ ଛାତ୍ରୀମାନେ ଶ୍ରେଣୀଗୃହ ବାହାରକୁ ଚାଲି ଦୌଡ଼ି ପଳାଇଥିଲେ। ଫଳରେ ବିରାଟ ଅଘଟଣରୁ ଅଧିକାଂଶ ଛାତ୍ରୀ ବର୍ତି ଯାଇଥିଲେ। ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ ଆହତ ଛାତ୍ରୀମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ପୂର୍ବ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଧଳାପଥର କଳାପଥର ବାଳିକା ଉଚ୍ଚବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ହୋଇଥିଲା।ବିଦ୍ୟାଳୟରେ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାସହ ନିର୍ମାଣ କାର୍ଯ୍ୟର ତଦନ୍ତ ଦାବୀ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *