ବୋଲଗଡ଼:  ଖୋର୍ଦ୍ଧା ଜିଲ୍ଲା  ବୋଲଗଡ ତାରିଣୀ ମନ୍ଦିର ନିକଟରେ କାର ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି।

ସୂଚନା ମୁତାବକ କାରଟି ନୟାଗଡ ରୁ ଖୋର୍ଦ୍ଧା ଅଭିମୁଖ ଦ୍ରୁତଗତିରେ ଯାଉଥିବା ବେଳେ  ଭୁବନେଶ୍ୱର ରୁ ଦଶପଲ୍ଲା ବାଇକରେ ତିନିଜଣ ଯୁବକ ଯାଉଥିବା ସମୟରେ ବୋଲଗଡ ତାରିଣୀ ମନ୍ଦିର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଘଟଣା ସ୍ଥଳରେ ଜଣେ ବାଇକ ଚାଳକଙ୍କ ମୁତ୍ଯୁ ହୋଇଥିବା ବେଳେ ଗୁରୁତର ଭାବେ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବୋଲଗଡ ସ୍ବାସ୍ଥ୍ଯ କେନ୍ଦ୍ରରେ  ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *