Advertisement

ବ୍ୟୁରୋ: ଜଟଣୀ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଗୋ ସେବା ଶିବିର ତରଫରୁ ଗୋ ପୂଜନ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର କର୍ମକର୍ତ୍ତା ମାନେ ସକାଳେ ଶିବିରରେ ରହିଥିବା ସମସ୍ତ ଗାଇ ମାନଙ୍କୁ ଗାଧେଇ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ସେମାନଙ୍କୁ ରାଖୀ ବାନ୍ଧିଥିଲେ। ବିଭିନ୍ନ ରାଜନୈତିକ ବ୍ୟକ୍ତି ମାନଙ୍କ ସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଶିବିରକୁ ଆସି ଗାଇ ମାନଙ୍କୁ ରାଖୀ ବାନ୍ଧି ଗୋ ପୂଜା କରିଥିଲେ। ଗୋ ସେବା ଶିବିରର ସଭାପତି ଚିମ୍ପୁ ମିଶ୍ର, ସମ୍ପାଦକ ଆକାଶ ସାହୁ, ଦିପୁ ବିଶ୍ୱାଳ, ବିଟୁ ମହେଶ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

ସେହିପରି ଜଟଣୀ ପାତ୍ରପଡା ସ୍ଥିତ ଶ୍ରୀ ମାଧବ ଗୋଶାଳାରେ ଗୋ ପୂଜନ ଉତ୍ସବ ପାଳିତ ହୋଇଯାଇଛି। ଗୋଶାଳାର ମନୋଜ ଭୂୟାଁ, ସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ସକାଳେ ଗୋଶାଳାରେ ରହିଥିବା ଗାଇ ମାନଙ୍କୁ ଗାଧେଇ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିଥିଲେ। ପରେ ଗାଇ ମାନଙ୍କୁ ଖାଦ୍ୟ ଖୁଆଇଥିଲେ।

Advertisement

Leave a Reply

Your email address will not be published. Required fields are marked *