ବ୍ୟୁରୋ: ଧରା ପଡ଼ିଲା ପୋଲିସ ବାବୁଙ୍କ ପ୍ରେମ କାହାଣୀ। ଲୁଚି ଲୁଚି ପ୍ରେମ ଚାଲିଥିବା ବେଳେ ଧରିଲେ ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ। ଧରା ପଡ଼ିଥିବା ବ୍ୟକ୍ତି ଜଣକ ବୋଲଗଡ଼ ଥାନା ଖଉରୁଣୀ ଗ୍ରାମର ଅନିଲ କୁମାର ଦାସ ବୋଲି ସୂଚନା ମିଳିଛି। ସେ ପୋଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି।  ସୂଚନା ଅନୁଯାୟୀ ସେ ଗତ ରାତିରେ  ଗ୍ରାମକୁ ଆସି ପାଖ ଘରର ଜୈନିକ ବିବାହିତା ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରଖି ତାଙ୍କ ଘରେ ପଶିଥିବା ବେଳେ, ମହିଳାଙ୍କ ପରିବାର ଲୋକେ ବାହାର ପଟୁ କବାଟ ବନ୍ଦ କରି ପୋଲିସକୁ ଖବର ଦେଇଥିଲେ। ବୋଲଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବନ୍ଦ ଘର ଭିତରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କ ସ୍ୱାମୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *