ବ୍ୟୁରୋ: ଡାକ୍ତର ରାକେଶ ଚନ୍ଦ୍ର କଲେତ୍ ‘ଓଡ଼ିଶା ଆଇକୋନିକ’ ଆୱାର୍ଡ଼ ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଟକ ଜିଲ୍ଲାରେ ଆୟୋଜିତ ହୋଇଥିବା ୱାର୍ଲ୍ଡ ଚାରିଟି ୱେଲଫେୟର ଫାଉଣ୍ଡେସନ ପକ୍ଷରୁ  ଆୱାର୍ଡ଼ ସେରିମୋନି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ସମ୍ମାନ ଗ୍ରହଣ କରିଛନ୍ତି। ଡାକ୍ତର ରାକେଶ ମହାମାରୀ କରୋନା ସମୟରେ ଜଟଣୀ ନିକଟସ୍ଥ ପା ତ୍ରପଡ଼ା ଠାରେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ୩୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ରେ ଇନଚାର୍ଜ ଭାବେ କାର୍ଯ୍ୟ କରି ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏଥି ସହିତ ସରକାରୀ କର୍ମଚାରୀ ଓ ଜନସାଧାରଣ ମାନଙ୍କୁ ମହାମାରୀ କରୋନା ସମୟରେ ଅଞ୍ଚଳରେ କରୋନା କିଟ୍ ପ୍ରଦାନ କରିବା ସହିତ ସଚେତନତା ଅଭିଯାନ ଆରମ୍ଭ କରିଥିଲେ। ସେହିପରି ଗରୀବ ଅସହାୟ ପିଲାମାନଙ୍କୁ ଦାୟିତ୍ଵ ବହନ କରି ସେମାନଙ୍କୁ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସାହାଯ୍ୟ ସହଯୋଗ ଆଦି କରିବା ଭଳି ଏକାଧିକ ସମାଜସେବୀ କାର୍ଯ୍ୟ ନିର୍ବାହ କରି ଗୌରବ ହାସଲ କରିଛନ୍ତି। ରାକେଶ ନିଜ ଗ୍ରାମ ବରଗଡ଼ ଜିଲ୍ଲାରେ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟ କରି ନିଜ ଅଞ୍ଚଳରେ ସୁନାମ ଅର୍ଜନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ  ସ୍ଥିତ ନଏଡ଼ା ଠାରେ ନ୍ୟାସନାଲ ୟୁନଭରସିଟି ଅଫ ଆଣ୍ଟିକରପସନ୍ ଆଣ୍ଡ ହ୍ୟୁମାନିଷ୍ଟିକ୍ ଷ୍ଟଡିଜ୍ ପକ୍ଷରୁ ଆୟୋଜିତ ସୋସିଆଲ ୱାର୍କ ଇନ୍ ମେଡିକାଲ ଆଣ୍ଡ ରୁରାଲ ହେଲଥ କାର୍ଯ୍ୟକ୍ରମ ରେ ବେଷ୍ଟ ସୋସିଆଲ ୱାର୍କର ସମ୍ମାନ ରେ ସମ୍ମାନିତ ହୋଇଥିଲେ। ଏହି କ୍ରମରେ ଡାକ୍ତର ରାକେଶ ୧୫୦ରୁ ଉର୍ଦ୍ଧ୍ବ ସଂଗଠନ ଓ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଅତୀତରେ  ସମାଜ ସେବା ପାଇଁ ସେ ସମର୍ପିତ ରହିଥିଲେ ବର୍ତ୍ତମାନ ରହିଛନ୍ତି ଆଗକୁ ମଧ୍ୟ ରହିବେ ବୋଲି ରାକେଶ ଦୃଢୋକ୍ତି ପ୍ରକାଶ କରି କହଛନ୍ତି।

Leave a Reply

Your email address will not be published. Required fields are marked *