ବ୍ୟୁରୋ:  ଜଟଣୀ ହାଟବଜାର ସ୍ଥିତ ଅସ୍ଥାୟୀ ମଣ୍ଡପରେ ଚାଲିଥିବା ମା’ ଭଗବତୀଙ୍କ ବାର୍ଷିକ ସାହି ଯାତ୍ରା ଉତ୍ସବ ଉଦଯାପିତ ହୋଇଯାଇଛି।

ଜୁନ ୨୫ତାରିଖ ମଧ୍ୟ ରାତ୍ରୀରେ ମା’ ଭଗବତୀ ଲୋକ କଲୋନୀ ସ୍ଥିତ ନିଜ ପୀଠରୁ ଘଣ୍ଟ ଘଣ୍ଟା, ବାଜା ବାଣ ରୋଷଣୀରେ ଜଟଣୀ ହାଟ ବଜାର ଅସ୍ଥାୟୀ ମଣ୍ଡପ କୁ ଆସିଥିଲେ। ହାଟ ବଜାର ଅସ୍ଥାୟୀ ମଣ୍ଡପରେ ମା’ ଭଗବତୀଙ୍କର ୭ଦିନ ଧରି ପୂଜାର୍ଚ୍ଚନା ଚାଲିଥିଲା। ପ୍ରତିଦିନ ମା’ଙ୍କର ମଙ୍ଗଳ ଆଳତି, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି ଓ ରାତ୍ରି ଧୂପ ପରେ ବିଶ୍ରାମ ନୀତି କରାଯାଇଥିଲା। ପୂଜା ଆରମ୍ଭ ଦିନଠାରୁ ମାନସିକଧାରୀ ଭକ୍ତ ମାନେ ବିଭିନ୍ନ ବେଶ ଧାରଣକରି ମାଙ୍କ ଆଶୀର୍ବାଦ ନେଇଥିଲେ।

ଉତ୍ସବ ଶେଷ ଦିନରେ ଭକ୍ତ ମାନେ  ବିରାଟ ଶୋଭାଯାତ୍ରାରେ କରି ଅସ୍ଥାୟୀ ମଣ୍ଡପରୁ ମା’ ଙ୍କୁ ଜନ୍ମ ପୀଠକୁ ନେଇ ସେଠାରେ ଅବସ୍ଥାପିତ କରିଥିଲେ। ପୂଜା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ  ଶାନ୍ତିଶୃଙ୍ଖଳା ରେ  ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *