ବ୍ୟୁରୋ: ଆଜି ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମ ବୈଠକରେ ୪ ପ୍ରସ୍ତାବ ପାରିତ କରାଯାଇଛି। ପ୍ରଥମ ନିଷ୍ପତ୍ତିଆସନ୍ତା କାଲି ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର । କାଲି ମଙ୍ଗଳ ଆଳତି ସମୟରେ ସରକାରଙ୍କ ଉପସ୍ଥିତିରେ ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର ।  ଦ୍ୱିତୀୟ ନିଷ୍ପତ୍ତିରେ ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ମଞ୍ଜୁର ହେବ । ତୃତୀୟ ନିଷ୍ପତ୍ତିରେ ଖୁବଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି । ଧାନର ଏମଏସପି ୩୧ ଶହ ଟଙ୍କା ହେବ । ଚତୁର୍ଥ ନିଷ୍ପତ୍ତି ୧୦୦ ଦିନରେ କାର୍ଯ୍ୟକାରୀ ସୁଭଦ୍ରା ଯୋଜନା । ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ ।

Leave a Reply

Your email address will not be published. Required fields are marked *