ବ୍ୟୁରୋ: ରାଜନୀତିରୁ ଅବସର ନେଲେ ବିଜେଡିର ପୂର୍ବତନ ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ ସେ କୃତଜ୍ଞତା ଜଣାଇଥିଲେ । ତେବେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ମଧ୍ୟ ସେ ସମାଜସେବା କରିବେ ବୋଲି କହିଛନ୍ତି ଡ଼. ଅଚ୍ୟୁତ ସାମନ୍ତ। ଚଳିତ ୨୦୨୪ ନିର୍ବାଚନରେ   ବିଜେଡି ଦଳରୁ କନ୍ଧମାଳ ସାଂସଦ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *