ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି  ଗ୍ରାମଦେବୀ  ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଷଷ୍ଠୀ ତିଥିରେ ମା’ ଜଗୁଳେଇ କାତ୍ୟାୟନୀ  ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା’ ଙ୍କୁ ମହାସ୍ନାନ କରାଯାଇ କାତ୍ୟାୟନୀ  ବେଶରେ ସଜ୍ଜିତ କରାଯାଇଥିଲା । ମା’ ଙ୍କର ଗୁପ୍ତ ପୂଜା ପରେ ଆଳତି ହେବା ସହ ଭକ୍ତ ମାନଙ୍କ ପାଇଁ ଖୋଳାଯାଇଥିଲା। ମା’ ଆଜି ଚତୁର୍ଭୁଜା , ସିଂହ ବାହିନୀ , ଉପର ବାମ  ହସ୍ତେ ପଦ୍ମ, ତଳ ହସ୍ତେ ଖଡ୍ଗ , ଡାହାଣ ଉପର ଓ ତଳ ହସ୍ତେ ଆଶୀର୍ବାଦ ମୁଦ୍ରା ରେ ଦର୍ଶନ ଦେଇଥିଲେ । ଷୋଡଶ ଉପଚାର ପୂଜା ମହା ସପ୍ତ ସତି ସମ୍ପୂର୍ଣ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପୀଠରେ ଚାଲିଥିଲା l ଆସନ୍ତା କାଲି ମା’ କାଳରାତ୍ରୀ ବା କାଳୀ ବେଶରେ  ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି । କମିଟିର ସଭପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଏଲ ଡ଼ି ମହାନ୍ତି ଅଶୋକ ଦାଶ , ପ୍ରମୋଦ ସାହୁ , ରାମଚନ୍ଦ୍ର ସାହୁ, ସମୀର ରଞ୍ଜନ ପଣ୍ଡା, ଶଶୀକାନ୍ତ ମହାପାତ୍ର, ସୁଶାନ୍ତ ବୁଦ୍ଧିଆ ମହାପାତ୍ର, ଚଚି ବାରିକ , ଦିପୁ ପାଲ , ଦୀପ୍ତିମାନ ସାମନ୍ତରାୟ, ଜିତେନ୍ଦ୍ର କୁମାର ଜେନା, ଅମରନାଥ ପାଟସାହାଣି,  ସାହିଲ ସାହାଣୀ, ସାଇ ସଂସ୍କାର ସ୍ୱାଇଁ, ବିବେକ ଦଳାଇ ,ସନିଆ ପୃଷ୍ଟି  ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *