ବ୍ୟୁରୋ: ଜଟଣୀ ପୌର ପରିଷଦ ଅଧିନ କୁଦିଆରି ଅଞ୍ଚଳର, ଗ୍ରାମଦେବୀ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଆଜି ପଞ୍ଚମୀ ତିଥିରେ ମା’ ସ୍କନ୍ଦ ମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା’ ଙ୍କୁ ମହାସ୍ନାନ କରାଯାଇ ସ୍କନ୍ଦ ମାତା ବେଶରେ ସଜ୍ଜିତ କରାଯାଇଥିଲା । ଗୁପ୍ତ ପୂଜା ସରିବା ପରେ ଦ୍ୱାର ଖୋଳାଯାଇ ମା’ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମା’ ଆଜି ଚତୁର୍ଭୁଜା , ସିଂହ ବାହିନୀ , ଉପର ଦୁଇ ହସ୍ତେ ପଦ୍ମ, ଡାହାଣ ହସ୍ତେ ସ୍କନ୍ଦ ବା କାର୍ତିକଙ୍କୁ ଧରିଥିବାବେଳେ ବାମ ହସ୍ତ ଆଶୀର୍ବାଦ ମୁଦ୍ରା ରେ ଦର୍ଶନ ଦେଇଥିଲେ। ଷୋଡଶ ଉପଚାର ପୂଜା ମହା ସପ୍ତ ସତି ସମ୍ପୂର୍ଣ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଆସନ୍ତା କାଲି ମା’  କାତ୍ୟାୟନୀ ବେଶରେ  ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି । ନବରାତ୍ର ମହୋତ୍ସବ କାର୍ଯ୍ୟକ୍ରମ କୁ  କମିଟି ସମ୍ପାଦକ ଏଲ ଡ଼ି ମହାନ୍ତି, ବିନୋଦ ଦାସ, ରାମଚନ୍ଦ୍ର ସାହୁ, ସମୀର ରଞ୍ଜନ ପଣ୍ଡା, ଶଶୀକାନ୍ତ ମହାପାତ୍ର,  ଦିପୁ ପାଲ , ଦୀପ୍ତିମାନ ସାମନ୍ତରାୟ, ଜିତେନ୍ଦ୍ର କୁମାର ଜେନା, ବିଶ୍ବରଂଜନ ସାହୁ, ବିକାଶ ବେହେରା, ଅମରନାଥ ପାଟସାହାଣି,  ସାହିଲ ସାହାଣୀ, ସାଇ ସଂସ୍କାର ସ୍ୱାଇଁ, ବିବେକ ଦଳାଇ ,ସନିଆ ପୃଷ୍ଟି  ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *