ବ୍ୟୁରୋ: ଜଟଣୀ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ବିଶ୍ଵ ଘରଚଟିଆ ଚଢ଼େଇ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ହରିରାଜପୁର ଅନ୍ତର୍ଗତ ବିକାଶ ପରିଷଦ ଶିଶୁ ମନ୍ଦିର ବିଦ୍ୟାଳୟରେ ବିଲୁପ୍ତ ପ୍ରାୟ ପକ୍ଷୀର ସୁରକ୍ଷା ଓ ବଂଶବୃଦ୍ଧି ଉପରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରସନ୍ନ କୁମାର ମହାରଥୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ଅକ୍ଷୟ କୁମାର ସାହୁ , ଶିକ୍ଷକ ଧରଣୀଧର ଖଟେଇ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ସନ୍ତୁଳନ ବିକ୍ଷିପ୍ତ ହୋଇ ଜୀବଜଗତ ଉପରେ ଏହାର କୁପ୍ରଭାବ ପ୍ରଭାବ ପକାଉଛି l କଙ୍କ୍ରିଟ୍ କୋଠା ବାଡ଼ି ନିର୍ମାଣ ହେବା ଫଳରେ ଏହି ଚଢେଇମାନେ ରହିବା ପାଇଁ ବାସସ୍ଥାନର ଅଭାବ ପାଇଁ ଏମାନଙ୍କର ବଂଶ ବୃଦ୍ଧି ହୋଇ ପାରୁନାହିଁ ବୋଲି ଅତିଥିମାନେ କହିଥିଲେ। ଅନୁଷ୍ଠାନ ର ସମ୍ପାଦକ ଦେବପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଗଠନ ସମ୍ପାଦକ ସଞ୍ଜୟ କୁମାର ବରିସଲ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସହ ସଂଗଠନ ସମ୍ପାଦକ ଶରତ କୁମାର ରେଡ୍ଡୀ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ନିରୂପମା ସ୍ଵାଇଁ , ସ୍ମିତା ପଟ୍ଟନାୟକ, ସଶ୍ମିତା ବେହେରାଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *