Advertisement

ବ୍ୟୁରୋ: ବରିଷ୍ଠ ନେତା ସନ୍ତୋଷ ଜେନା ଆସନ୍ତା ୩୦ ତାରିଖରେ ଦଶ ହଜାରରୁ ଉର୍ଦ୍ଧ ସମର୍ଥକଙ୍କୁ ଧରି, ପୁଣି ପଦ୍ମ ଧରିବେ ବୋଲି ଵିଶେଷ ସୂତ୍ରରୁ ଖବର ମିଳିଛି। ସନ୍ତୋଷ ଦୀର୍ଘ ୪୦ ବର୍ଷ ଧରି ବିଜେପି ଦଳର ସକ୍ରିୟ କର୍ମୀ ରହିଥିଲେ। ଏହା ସହ ବିଭିନ୍ନ ଦାୟିତ୍ଵରେ ରହି ଦଳ ପାଇଁ କାର୍ଯ୍ୟ କରିଥିଲେ। ଗତ ୨୦୧୯ ସାଧାରଣ ନିର୍ବାଚନରେ ସନ୍ତୋଷ ଙ୍କୁ ବିଜେପି ଦଳରୁ ଟିକେଟ ନମିଳିବାରୁ ସେ ଦଳରୁ ଇସ୍ତଫା ଦେଇ ବିଜେଡି ଦଳରେ ଯୋଗ ଦେଇଥିଲେ। ନିର୍ବାଚନ ସମୟରେ ଓ ପରେ ମଧ୍ୟ ବିଜେଡି ଦଳ ପାଇଁ କାର୍ଯ୍ୟ କରିଥିଲେ। କିନ୍ତୁ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ କରୁଥିବା କାରଣ ଦର୍ଶାଇ ଦଳରୁ ବହିଷ୍କାର କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ସନ୍ତୋଷ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ପ୍ରସ୍ତୁତ ହେଉଥିବା ବେଳେ ହଟାତ ସେ ବିଜେପି ଦଳରେ ମିଶୁଥିବା ଖବର ମିଳିଛି। ସନ୍ତୋଷଙ୍କୁ ବିଜେପି ଜଟଣୀ ରୁ ବିଧାୟକ ପାର୍ଥୀ କରିପାରେ ବୋଲି ସବୁଠି ଚର୍ଚ୍ଚା ହେଉଛି। ଯଦି ସନ୍ତୋଷ ବିଜେପି ଦଳରୁ ବିଧାୟକ ପାର୍ଥୀ ହୁଅନ୍ତି, ତେବେ ଜଟଣୀରେ ବିଜେଡି ବିଜେପି ଭିତରେ କଡା ଟକ୍କର ହେବ ସାଧାରଣରେ ଆଲୋଚନା ହେଉଛି।

Advertisement

Leave a Reply

Your email address will not be published. Required fields are marked *