Advertisement

ବ୍ୟୁରୋ:  ବାଇକ୍ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡି ଗିରଫ ହେଲେ ନିଶା ବେପାରୀ ତପନ କୁମାର ସାହୁ । ସୂଚନା ମୁତାବକ ରଣପୁର ଥାନା ଅଧିନ ରାଜ ସୁନାଖଳା ଫାଣ୍ଡି ଅଧିକାରୀ ରାଜ ସୁନାଖଳା ଓ କୋଟାଗଡ ରାସ୍ତାରେ ପେଟ୍ରୋଲିଙ୍ଗି କରୁଥିବା ବେଳେ ଏକ ନାଲି ରଙ୍ଗର ପ୍ଲାଟିନା ଗାଡ଼ି OD 25B 9534ରେ ଜଣେ ଯୁବକ ଯାଉଥିବା ବେଳେ ହଟାତ  ପୋଲିସକୁ ଦେଖି ଦ୍ରୁତ ଗତିରେ ଗାଡି ନେଇ ପଳାଉଥିବା ସମୟରେ ପୋଲିସ ତାକୁ ଗୋଡ଼ାଇ ମାଡି ବସିଥିଲା। ଗାଡି ଯାଞ୍ଚ ସମୟରେ ଗଞ୍ଜେଇ ଚାଲାଣ ହେଇଥିବା ପୋଲିସ ଜାଣିବାକୁ ପାଇଥିଲେ। ପୋଲିସ 10kg 200gm ଗଞ୍ଜେଇ ସହ ବାଇକ ଜବତ କରିବା ସହ ଅଭିଯୁକ୍ତ ତପନ କୁମାର ସାହୁଙ୍କୁ ଗିରଫ କରି, କେସ ନମ୍ବର 390 /24 ରେ କୋର୍ଟ ଚାଲାଣ କରାଯାଇଥିବା  ସୂଚନା ଦେଇଛନ୍ତି ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକଶ ମହାନ୍ତି।

Advertisement

Leave a Reply

Your email address will not be published. Required fields are marked *