Advertisement

ବ୍ୟୁରୋ,୧୦/୪: ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ଅବସରପ୍ରାପ୍ତ ଆଇଏଏସ ମନୋଜ କୁମାର ପରିଡ଼ା ନିଯୁକ୍ତି ପାଇଛନ୍ତି । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ସେ ପୁଡ଼ୁଚେରୀର ମୁଖ୍ୟ ଶାସନ ସଚିବ ରହିଥିଲେ। ନିଯୁକ୍ତି ପରେ ଶ୍ରୀ ପରିଡ଼ା କହିଛନ୍ତି ସୂଚନା ଅଧିକାର ଆଇନର ସଫଳ ଉପଯୋଗ କିପରି ହୋଇପାରିବ ତାହା ମୋର ପ୍ରାଥମିକତା ରହିବ। ସେହିପରି ସୂଚନା କମିଶନ ସଦସ୍ୟ ଭାବେ ଅବସରପ୍ରାପ୍ତ ଆଇପିଏସ ପ୍ରାଣବନ୍ଧୁ ଆଚାର୍ଯ୍ୟ, ଓଡିଶା ହାଇକୋର୍ଟର ଆଇନଜୀବୀ କଲ୍ପନା ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଆଇଏଏସ ପବିତ୍ର ମଣ୍ଡଳ ନିଯୁକ୍ତି ପାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *