Advertisement

ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅର୍ନ୍ତଗତ ବାହାରପୁର ଗ୍ରାମ ଶିବ ମନ୍ଦିର ପୋଖରୀରେ ଏକ କାର ବୁଡି ଆସ୍କା ଜୀବନ ବୀମା ଶାଖା ପରିଚାଳକ ହିମାଂଶୁ ମହାପାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ, ଉନ୍ନୟନ ଅଧିକାରୀ ସୁଧାଂଶୁ ଶେଖର ସାହୁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ସୂଚନା ମୁତାବକ ସୁଦାମ ଚରଣ ଦାସ ନାମକ ଜଣେ ଜୀବନ ବୀମା ଏଜେଣ୍ଟଙ୍କର ଭୋଜିରେ ଯୋଗ ଦେଇ ଫେରିବା ସମୟରେ, କାର କୁ ପଛକୁ ନେଉଥିବା ବେଳେ କାର ପୋଖରୀ ଭିତରକୁ ଖସି ଯାଇଥିଲା। ସେଠାରେ ଉପସ୍ଥିତ ଲୋକମାନେ ଦୁଇଜଣଙ୍କୁ ପାଣିରୁ ବାହାର କରି ଚିକିତ୍ସା ପାଇଁ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ହିମାଂଶୁ ମହାପାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଓ ପ୍ରାଥମିକ ଚିକିତ୍ସାପରେ ସୁଧାଂଶୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Advertisement

Leave a Reply

Your email address will not be published. Required fields are marked *