Advertisement

ଖୋର୍ଦ୍ଧା,୧୪/୧୨: ପବିତ୍ର ଶିଶୁ ଦିବସ ଅବସରରେ ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ କୁମାରବସ୍ତ ଶ୍ରୀ ଲୋକନାଥ ଦେବ ଶିଶୁ ମନ୍ଦିର ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ୨୯ ତମ ଶିଶୁ ମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟର ପ୍ରତିଷ୍ଠାତା ନବକିଶୋର ପାତ୍ର ଓ ପ୍ରିନ୍ସପାଲ ସ୍ୱପ୍ନା ପାଟଶାଣୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ନୃତ୍ୟ, ଗୀତ, ଚିତ୍ରାଙ୍କନ, କବିତା ଆବୃତ୍ତି, ବକ୍ତୃତା, କୁଇଜ୍ ଓ କ୍ରୀଡା ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗର୍ବିତ ଓଡ଼ିଆର ପ୍ରତିଷ୍ଠାତା ବଳରାମ ରଣସିଂହ, ଭୁବନେଶ୍ୱର ରେଳ ଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟ ଜି. ମୋହନ ବାବୁ ଓ ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ସୁଧାକର ସାହୁ, ଦିବ୍ୟସିଂହ ପାତ୍ର, ଦୟାନିଧି ରାଉତରାୟ , ସାମ୍ବାଦିକ ଗୋପାଲକୃଷ୍ଣ ପ୍ରଧାନ  ଯୋଗ ଦେଇ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ସଂସ୍କାର, ଶୃଙ୍ଖଳା ଓ ଆତ୍ମବିଶ୍ୱାସ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।

ଶିଶୁ ମାନେ ହେଉଛନ୍ତି କଞ୍ଚା ମାଟି ସଦୃଶ, ଛୋଟ ଛୋଟ ମାନଙ୍କୁ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ନୁହେଁ, ଅଭିଭାବକ ମାନେ ମଧ୍ୟ ପରିପୂରକ ଭାବେ ଭଲ ମଣିଷ ହେବା ପାଇଁ ନିଜ ପରିବାରରୁ  ସଂସ୍କାର ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ କହିଥିଲେ  ପରେ ବିଭିନ୍ନ ପ୍ରତିଯୋଗିତାରେ ଯଥା -ନୃତ୍ୟ, ଗୀତ, ପ୍ରବନ୍ଧ, ବକୃତା, ସାଧାରଣ ଜ୍ଞାନ, ଆଳୁ ଚାମଚ, ଅଖା ଦୌଡ଼, ଶ୍ଳୋକ ଆବୃତ୍ତି ଓ କ୍ରୀଡା ରେ କୃତିତ୍ୱ ଅର୍ଜନ କରିଥିବା ରାଜ୍ୟ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା  ୪୦୦ ରୁ ଉର୍ଦ୍ଧ  ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *