Advertisement

ବ୍ୟୁରୋ: ଶ୍ରୀବଣ ମାସ ଅମାବାସ୍ୟା ତିଥିରେ ପଡେ ଚିତାଲାଗି ଅମାବାସ୍ୟା। ଏହି ଦିନ ମହାପ୍ରଭୁ ଲଲାଟରେ ଚିତା ଲାଗି ହୋଇଥାନ୍ତି। ଏହା ଶ୍ରୀମନ୍ଦିରର ଏକ ବଡ଼ ପର୍ବ ଅଟେ। ଦେଉଳରେ ସ୍ବତନ୍ତ୍ର ନୀତିକାନ୍ତି ସରିବା ପରେ  ତିନିଠାକୁରଙ୍କ ଲଲାଟରେ ସୁବର୍ଣ୍ଣ ଚିତା ଲାଗି ହୋଇଥାଏ।

ଦଇତାପତି ସେବାୟତମାନେ ତିନିଠାକୁରଙ୍କ ଲଲାଟରେ ଚିତା ଲାଗି କରିଥାନ୍ତି। ତେଣୁ ପୁରାଣ ଅନୁସାରେ ଏହି ପର୍ବ ଟିକୁ ଚିତାଲାଗି ଅମାବାସ୍ୟା କୁହାଯାଏ। ପବିତ୍ର ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଲଲାଟରୁ ସୁବର୍ଣ୍ଣ ଚିତା ଓଲାଗି କରାଯାଇଥାଏ।  ଏବଂ ଶ୍ରାବଣ ମାସ ଅମାବାସ୍ୟା ତିଥ୍ୟରେ ପୁଣି ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗି କରାଯାଇଥାଏ।

ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା ଲାଗିହୋଇଥାଏ। ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଲାଗି ହୋଇଥାଏ, ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଇଥାଏ। ପରମ୍ପରା ମୁତାବକ ପତିମହାପାତ୍ର ସେବାୟତ ଏହିସବୁ ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତମାନେ ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗି କରାଇଥାନ୍ତି। ଚିତାଲାଗି ଅମାବାସ୍ୟା ରୁ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଚିତା ଶୋଭା ପାଇଥାଏ।

Advertisement

Leave a Reply

Your email address will not be published. Required fields are marked *