Advertisement

ବ୍ୟୁରୋ:  ହାଇଟେକ୍ ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯିବ। ରିପୋର୍ଟ ଆସିବା ପରେ ମୃତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହେବ । ତା ପରେ ଶବ ପରିବାର ଲୋକଙ୍କୁ ପ୍ରଦନ କରାଯିବ ବୋଲି କହିଛନ୍ତି ଏଡିସିପି। ଏପଟେ ହାଇଟେକ୍ ହସ୍ପିଟାଲ ବିରୋଧରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ ।

ସୂଚନା ଅନୁଯାୟୀ ଗତ ୩୦ ତାରିଖରେ ଦିଲ୍ଲୀପ ମୃତ୍ୟୁ ବରଣ କରିଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା। ପରେ ଶବ ବ୍ୟବଚ୍ଛେଦ ହୋଇ ଦିଲ୍ଲୀପଙ୍କ ପରିବାରକୁ ଉକ୍ତ ଶବ ହସ୍ତାନ୍ତର ହୋଇଥିଲା। ଦିଲୀପଙ୍କ ପରିବାର ଲୋକେ ଉକ୍ତ ଶବକୁ ଦାହ ସଂସ୍କାର କରିଥିଲେ। ଦିଲ୍ଲୀପଙ୍କ ମୃତ୍ୟୁକୁ ସହି ନପାରି ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ। କିନ୍ତୁ ୫ତାରିଖ ଦିନ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି, ଭେଣ୍ଟିଲେଟରରୁ ବାହାରିବା ପରେ ନିଜକୁ ଜଟଣୀ ବଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାମନ୍ତରାୟ ବୋଲି ପରିଚୟ ଦେବା ପରେ ଅଡ଼ୁଆ ଖିଅରେ ପଶିଥିଲେ ମେଡିକାଲ କତ୍ତୃପକ୍ଷ ଓ ପୋଲିସ ପ୍ରଶାସନ। ଶୁକ୍ରବାର ଦିନ ବିଳମ୍ବିତ ରାତିରେ ନିଜକୁ ଦିଲ୍ଲୀପ ବୋଲି ପରିଚୟ ଦେଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ , ସମସ୍ତିଙ୍କ ମନରେ ଏବେ ମୃତ ତୃତୀୟ ବ୍ୟକ୍ତି ଜଣଙ୍କ ପରିଚୟକୁ ନେଇ ଦେଖା ଦେଇଛି ସନ୍ଦେହ। ମୃତ ତୃତୀୟ ବ୍ୟକ୍ତି ଜଣଙ୍କ ଦିଲ୍ଲୀପ ସାମନ୍ତରାୟ ନା ଜ୍ୟୋତି ରଞ୍ଜନ ମଲ୍ଲିକ। ତେଣୁ ମୃତ ତୃତୀୟ ବ୍ୟକ୍ତିଙ୍କ ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ, ମୃତ ତୃତୀୟ ବ୍ୟକ୍ତିଙ୍କ ପରିଚୟ। ତା ପରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଶବ ପ୍ରଦାନ କରିଯିବ।

Advertisement

Leave a Reply

Your email address will not be published. Required fields are marked *