Advertisement

ବ୍ୟୁରୋ: ସ୍ପଷ୍ଟ ହେଲା ହାଇଟେକ୍ ଟ୍ରାଜେଡିରେ ମୃତ୍ୟୁ ବରଣ କରିଥିବା ୩ୟ ବ୍ୟକ୍ତିଙ୍କ ପରିଚୟ। ମୃତ ୩ୟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଟଣୀ ବଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାମନ୍ତରାୟ। ହାଇଟେକ୍ ବିସ୍ଫୋରଣରେ ମୃତ ବରଣ କରିଥିବା ୩ୟ ବ୍ୟକ୍ତିଙ୍କ ପରିଚୟକୁ ନେଇ ଦେଖା ଦେଇଥିଲା ଦ୍ଵନ୍ଦ। ତେଣୁ ପୋଲିସ ମୃତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହେବାପାଇଁ, ଡିଏନଏ ଟେଷ୍ଟ ପାଇଁ ସମ୍ପୁଲ ସଂଗ୍ରହ କରି ପଠାଇଥିଲା ଦିଲ୍ଲୀ। ଆଜି ଡିଏନଏ ଟେଷ୍ଟ ରିପୋର୍ଟ ଆସିଥିବା ପୋଲିସ ସୂଚନା ଦେଇଛି। ଏବଂ କହିଛି ବିସ୍ଫୋରଣରେ ମୃତ ବରଣ କରିଥିବା 3ୟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ। ଦିଲ୍ଲୀପ ସାମନ୍ତରାୟଙ୍କ ମା’ ଙ୍କର ମଧ୍ୟ ସାମ୍ପଲ ସଂଗ୍ରହ କରି ଟେଷ୍ଟ ପାଇଁ ପଠାଇଥିଲା ପୋଲିସ । ପରିଚୟ ସ୍ପଷ୍ଟ ହୋଇଯାଇଥିବାରୁ, ଦିଲ୍ଲୀପଙ୍କ ପରିବାରକୁ ତାଙ୍କ ମୃତ ଦେହ ପ୍ରଦାନ କରାଯିବ।

Advertisement

Leave a Reply

Your email address will not be published. Required fields are marked *