ବ୍ୟୁରୋ: ଭୁବନେଶ୍ଵର କଳାମଣ୍ଡଳ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ  ପଟନାୟକ ଆଜି ଅକ୍ଷର  ଭୂମିର  ଲୋକାର୍ପଣ  କରିଛନ୍ତି । ପ୍ରଥମ  ବିଶ୍ଵ  ଓଡିଆ  ଭାଷା  ସମ୍ମିଳନୀକୁ ସ୍ମରଣୀୟ  କରିବା  ପାଇଁ ଖାଣ୍ଡେଲାଇଟ  ପଥରରେ  କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ  ଭାସ୍କର୍ଯ୍ଯର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି । ଓଡ଼ିଆ ବର୍ଣ୍ଣମାଳାରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତି କୁ  ଉଜ୍ଜୀବିତ କରି ରଖିବା ସହ ଆମ ଭାଷା ସଂସ୍କୃତି କଳା ଓ ସ୍ଥାପତ୍ୟ ର  ଜୟ ଗାନ କରି ଚାଲିବ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ। ଆମର  ମହାନ୍ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟ ରେ  ଅକ୍ଷର ଭୂମି ଭବିଷ୍ୟତ ପୀଢିକୁ ପ୍ରେରଣା ଦେଇଚାଲିବ ବୋଲି  ମୁଖ୍ୟମନ୍ତ୍ରୀ ଆଶା  ବ୍ୟକ୍ତ  କରିଛନ୍ତି । ଏହି ଲୋକାର୍ପଣ   ଉତ୍ସବରେ  ସଂସ୍କୃତି ମନ୍ତ୍ରୀ  ଅଶ୍ଵିନୀ  ପାତ୍ର,   ବିଧାୟକ ଅନନ୍ତ ନାରାୟଣ  ଜେନା,   ବିଧାୟକ ସୁଶାନ୍ତ  ରାଉତ, ବିଏମସି ମେୟର ସୁଲୋଚନା  ଦାସ,  ସିଏମଓ ର  ମୂଖ୍ୟ  ଉପଦେଷ୍ଟା  ଶ୍ରୀ  ବାଲାକ୍ରିଷ୍ଣନ, ମୁଖ୍ୟ  ଶାସନ ସଚିବ ପ୍ରଦୀପ  ଜେନା,  ଉନ୍ନୟନ  କମିଶନର ଅନୁ  ଗର୍ଗ, ଲୋକସମ୍ପର୍କ  ବିଭାଗ  ପ୍ରମୂଖ  ସଚିବ  ସଞ୍ଜୟ  ସିଂହ, ସଂସ୍କୃତି  ସଚିବ  ସୁଜାତା  ରାଉତ  କାର୍ତ୍ତିକେୟ  ପ୍ରମୂଖ  ଉପସ୍ଥିତ  ରହିଥିଲେ ।

Leave a Reply

Your email address will not be published. Required fields are marked *