ବ୍ୟୁରୋ: ମା’ ଗାଁମୁଣ୍ଡିଆ କ୍ରିକେଟ୍ କ୍ଳବ୍ ଅଁଳାଯୋଡ଼ି ଆନୁକୁଲ୍ୟରେ ଆୟୋଜିତ ଗଣେଷ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଗତ ମାସ ୧୭ତାରିଖରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଅବିଭକ୍ତ ପୁରୀ ଜିଲ୍ଲାର ୧୬ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମା’ମଙ୍ଗଳା କ୍ରିକେଟ୍ କ୍ଳବ୍ ତିରିମଲ ଏବଂ ମହାବୀର କ୍ରିକେଟ୍ କ୍ଳବ୍ ଓଗାଳପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବୀର କ୍ଳବ୍ ପ୍ରଥମେ ବ୍ୟାଟିଂ କରି ୧୮ଓଭର ୫ ୱିକେଟ୍ ବିନିମୟରେ ୧୪୧ରନ୍ ସଂଗ୍ରହ କରିଥିଲା। ଜବାବରେ ମା’ମଙ୍ଗଳା କ୍ରିକେଟ୍ କ୍ଳବ୍ ୨୦ ଓଭର ୯ ୱିକେଟ୍ ବିନିମୟରେ ୧୩୯ରନ୍ ସଂଗ୍ରହ କରି ରନର୍ସ ଅପ୍ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୂଖ୍ୟ ଅତିଥି, ହାସ୍ୟ ଅଭିନେତା ସ୍ମୃତି ରଞ୍ଜନ ମହାନ୍ତି (ନଟିଆ), ୪ନମ୍ୱର ଯୋନ ଜିଲ୍ଲାପରିଷଦ ସଭ୍ୟ ଭୀମସେନ ପାଇକରାୟ, ପୂର୍ବତନ ସରପଞ୍ଚ ଧୀରେନ୍ଦ୍ର ବେହେରା, ଆଁଳାଯୋଡି ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସ୍ମୃତି ରଞ୍ଜନ ଦାସ, ସମିତିସଭ୍ୟା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରନର୍ସ ଅପ୍ ମା’ ମଙ୍ଗଳା ଟିମକୁ ନଗଦ ୧୩ହଜାର ଟଙ୍କା ଓ ଟ୍ରଫି ଏବଂ ଚମ୍ପିୟାନ ମହାବୀର କ୍ଳବକୁ ନଗଦ ୧୮ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ମା’ମଙ୍ଗଳା ଟିମର ନନ୍ଦଙ୍କୁ ମ୍ୟାନ୍ ଅଫ ସିରିଜ୍,ମ୍ୟାନ ଅଫଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇ ଥିବାବେଳେ ମହାବୀର ଟିମର ବାପି ବେଷ୍ଟ୍ ବୋଲର ଓ କାଳୁଙ୍କୁ ବେଷ୍ଟ ବ୍ୟାଟସ୍ ମ୍ୟାନ ଭାବେ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *