ବ୍ୟୁରୋ: ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ପରଲୋକ ହୋଇଛି। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ତଥା ଅଭିନେତା ଭାବେ ସମସ୍ତିଙ୍କ ପାଖରେ ପରିଚିତ ଥିଲେ ।

ସ୍ବରୂପ ନାୟକ ୭୦ରୁ ଅଧିକ ଓଡ଼ିଆ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହା ସହ ୮୦ରୁ ଉର୍ଦ୍ଧ ଓଡ଼ିଆ ଚଳଚିତ୍ରରେ ଗୀତ ରଚନା କରିଛନ୍ତି। ସ୍ୱରୂପ ନାୟକ ଦୀର୍ଘଦିନ ହେବ କ୍ୟାନସର ରୋଗରେ ପୀଡିତ ଥିଲେ । ଆଜି ତାଙ୍କର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା।

Leave a Reply

Your email address will not be published. Required fields are marked *