ବ୍ୟୁରୋ: ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ଆଜି ପରଲୋକ ହୋଇଛି। ଶ୍ରୀ ସାମନ୍ତରାୟ ଗତ କିଛି ମାସ ହେବ ଅସୁସ୍ଥ ରହିଥିଲେ । ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ, ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କଂଗ୍ରେସ  ଟିକେଟରୁ ଜିତି ସେ ପିପିଲିର ବିଧାୟକ ହୋଇଥିଲେ।  ତାଙ୍କ ବିଧାୟକ ସମୟରେ ସେ ପିପିଲି ନିର୍ବାଚନର ବହୁ ଉର୍ଣ୍ଣତି ମୂଳକ କାର୍ଯ୍ୟ କରିଥିଲେ। ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ  ପିପିଲିର ବିଧାୟକ ରହିଥିଲେ । ଯୁଧିଷ୍ଠିରଙ୍କ ବିୟୋଗରେ ପିପିଲି ନିର୍ବାଚନ ମଣ୍ଡଳୀ ସହ କଂଗ୍ରେସ ଆଜି ଜଣେ ଟାଣୁଆ ନେତାଙ୍କୁ ହରାଇଛି।

Leave a Reply

Your email address will not be published. Required fields are marked *