Advertisement

ବ୍ୟୁରୋ: ଜଟଣୀର ସାମାଜିକ ଅନୁଷ୍ଠାନ ଜନକଲ୍ଯାଣ ସେବାଟ୍ରଷ୍ଟ ପକ୍ଷରୁ ଆଜି, ଶ୍ରୀବତ୍ସ ପାଠାଗାର ପରିସରରେ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ଅକ୍ଷୟ ଦାସ, ପୂର୍ବତନ ସରପଞ୍ଚ ସୁନୀଲ୍ ରାଉତରାୟ, ବିଜେପି ନେତା ଲିଟୁରଂଜନ ରାଉତରାୟ, ଡ. ଅଙ୍କିତ୍ ମହାପାତ୍ର ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ  କରିଥିଲେ। ଟ୍ରଷ୍ଟର ଅଧ୍ଯକ୍ଷ ନବୀନ୍ କୁମାର ମହାପାତ୍ର, ଟ୍ରଷ୍ଠର ସଂଗଠନ ସଂପାଦକ ନୀଲୁ ପଟ୍ଟନାୟକ, ବରିଷ୍ଠସଦସ୍ଯ ହରପ୍ରସାଦ ମିଶ୍ର ଶିବିରକୁ ପରିଚାଳନା କରିଥିଲେ। ଏମ୍ ଡି କରିମ୍, ବିଭୁ ମହାନ୍ତି, ସ୍ମିତ ପ୍ରକାଶ ମହାନ୍ତି, ରୁଦ୍ରନାରାୟଣ ସାହୁ, ବିଶ୍ୱରଂଜନ ସାହୁ, ବେଣୁଧରବରାଳ, ନୀଳାମ୍ବର ମିଶ୍ର, ମାନସ କୁମାର ରଥ, ଜିତେନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ । ଆୟୋଜିତ ଶିବିରରେ ୫୦ରୁ ଉର୍ଦ୍ଧ ଦନ୍ତ ରୋଗୀ ମାଗଣାରେ ଚିକିତ୍ସା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *